ରାଜ୍ୟ ଉଦ୍ୟୋଗୀ ପୁରସ୍କାର ୨୦୨୩ – ପ୍ରଦୀପ ଶ୍ରେଷ୍ଠ ଯୁବ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା

ଡେସ୍କ: ରାଜ୍ୟ ଉଦ୍ୟୋଗୀ ପୁରସ୍କାର (ଷ୍ଟେଟ ବିଜିନେସ ଆୱାର୍ଡ଼) ୨୦୨୩ ଆଜି ପ୍ରଦାନ କରାଯାଇଛି। ଭୁବନେଶ୍ୱରର ଏକ ପଞ୍ଚତାରକା ହୋଟେଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରୁ ୩୦ ଜଣ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ଜେନାଙ୍କୁ ଶ୍ରେଷ୍ଠ ଯୁବ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ଭାବେ ସମ୍ମାନିତ କରାଯାଇଥିବା ବେଳେ ରଶ୍ମିତା ରଣାଙ୍କୁ ହ୍ୱାଇଟ ପର୍ଲର ପ୍ରତିଷ୍ଠାତା ଭାବେ ସମ୍ମାନିତ କରାଯାଇଛି।

ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ସେଞ୍ଚୁରିଆନ ୟୁନିଭର୍ସିଟୀ ସ୍କୁଲ ଅଫ ମ୍ୟାରିଟିୟିମ ଷ୍ଟଡିର ଉପାଧ୍ୟକ୍ଷ କ୍ୟାପଟେନ ରାଜେନ୍ଦ୍ର ନାରାୟଣ ଶତପଥି, ଜଟଣୀ ବିଧାୟକ ସୁର ରାଉତରାୟ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ଭୁବନେଶ୍ୱର ଆପଲୋ ହସ୍ପିଟାଲର ଅଧ୍ୟକ୍ଷ ଆଲୋକ ଶ୍ରୀବାସ୍ତଵ ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ଭରତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ।

ଆଜି ସମ୍ମାନିତ ହୋଇଥିବା ଅନ୍ୟ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରେ ଅଛନ୍ତି ଏନ୍.ଗଙ୍ଗାଧର ରେଡ୍ଡୀ, ମୀନାକ୍ଷୀ ମିଶ୍ର, ଲଲିତେନ୍ଦୁ ଦାସ, ସୁରଜ୍ କୁମାର ବେହେରା, ଅର୍ୟଶା ଦାସ, ଶୁଭଶ୍ରୀ ମଙ୍ଗରାଜ, ରୋଟାରୀଆନ୍ ଡ଼. ପ୍ରସନ୍ନ ଚୌଧରୀ, ସିବିରା କୁମାର ପରିଡ଼ା, ଦିପା ମିଶ୍ର, ଟିତନ୍ ସାହୁ, ଦେବୀ ପ୍ରସାଦ ମଙ୍ଗରାଜ, ଆଶୁତୋଷ ପାଢ଼ି, ସଲମାନ୍ ଖୁଶ୍ରିଧ୍, ଏସ୍. ରନି, ଶରତ କୁମାର ସାହୁ, ସୁନିଲ ମଙ୍ଗରାଜ, ଲଳିତ ମହାନ୍ତି, ସୋହମ୍ ସିଂହ, ବ୍ରାହ୍ମୀତ ଦାସ, ଜଗନ୍ନାଥ ପ୍ରସାଦ ସାହୁ, ରାଜୀବ ଲୋଚନ ସାହୁ, ରଞ୍ଜନ କୁମାର ଜେନା, ରୋଜା, ଶୁଭୋଜିତ୍ ପଣ୍ଡା, ହାପି ସାମଲ ଓ ସୁଧାଂଶୁ ନାରାୟଣ। ଏତତ୍ ବ୍ୟତୀତ ଅନୁଷ୍ଠାନ ତରଫରୁ ୫ଜଣ ଅସହାୟ ଶିଶୁ ମାନଙ୍କୁ ବହି, ଖାତା ଓ ପେନ୍ ପ୍ରଦାନ କରାଯାଇଛି।

About the Author

Leave a Reply

Your email address will not be published. Required fields are marked *

You may also like these

X
Open chat
Hello 👋
Can we help you?